ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତାକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ।

ସୂଚନା ଅନୁସାରେ ଇସ୍ପାତ ଶିଳ୍ପର ଅଗ୍ରଗତି ଓ ପାରାଦୀପ ଆଇଓସିଏଲ ରିଫାଇନାରୀ ସମ୍ପ୍ରସାରଣ, ଓଡ଼ିଶାରେ ଅଧିକ ପ୍ରାକୃତିକ ତୈଳ ବିଶୋଧନାଗାର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ।

ଏଥିସହିତ ଫନି ସହାୟତା ନେଇ ମଧ୍ୟ ଆଲୋଚନା ହୋଇପାର।

ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଭାବେ ଶପଥ ନେବା ପରେ ଧର୍ମେନ୍ଦ୍ର ପ୍ରଥମ ଥର ଲାଗି ନବୀନଙ୍କୁ ଭେଟିବୋ ଏହି ବୈଠକ ନିଶ୍ଚୟ ରାଜ୍ୟ ପାଇଁ କିଛି ସୁଫଳ ଆଣିବ ବୋଲି ଚର୍ଚ୍ଚା ହେଉଛି।

Comment