ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଜୁଲାଇ ୮ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୪ରେ ତାରିଖ ପର୍ଯ୍ୟନ୍ତ ଚାଲିବ।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ଏହା ଦିନ ୧୧.୩୦ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୮ରୁ ୧୬ ତାରିଖ ଯାଏଁ ଚାଲିବ।

ଚଳିତବର୍ଷ ମେ’୨୧ରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପରୀକ୍ଷା ଦେଇଥିବା ୫ ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାସ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫ଜଣ  ଛାତ୍ରଛାତ୍ରୀ। ଏଥର ପାସ ହାର ୭୦.୭୮ ପ୍ରତିଶତ ରହିଛି।

ଗତ ବର୍ଷ ୭୬.୨୩ ପ୍ରତିଶତ ପାସ ହାର ରହିଥିଲା ।

Comment