ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

କିର୍ଗିଜସ୍ତାନ ଗସ୍ତରେ ମୋଦି, ଏସସିଓ ସମ୍ମିଳନୀରେ ଦେବେ ଯୋଗ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ତାନ ଗସ୍ତ କରିଛନ୍ତିା କିର୍ଗିସ୍ତାନର ବିଶକେକରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଛନ୍ତି।

ଗରମରୁ ସାମାନ୍ୟ ଆଶ୍ୱସ୍ତି, ଧୂଳିଝଡ଼ ପାଇଁ ୨୦ଟି ଜିଲ୍ଲାକୁ ସତର୍କ ସୂଚନା

୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ୨୦ଟି ଜିଲ୍ଲାରେ ଧୂଳିଝଡ଼ ସହ ଘଡ଼ଘଡ଼ି ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଦିଗ ବଦଳାଇଲା ବାୟୁ, ଗୁଜୁରାଟରୁ ଟଳିଲା ବିପଦ

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦିଗ ବଦଳାଇଛି। ଉତ୍ତର-ପଶ୍ଚିମ ଦେଇ ଗତି କରୁଥିବା ବାୟୁ ତା’ର ଦିଗ ବଦଳାଇଛି। ବାୟୁ ତା’ର ଦିଗ ବଦଳାଇ ପୁଣି ସମୁଦ୍ର ଆଡ଼କୁ ମୁହାଁଇଛି। ବେରାବଲଠାରୁ ୧୫୦ କିଲୋମିଟର ଦୂରରେ ଦିଗ ପରିବର୍ତ୍ତନକରିଛି ବାୟୁ। ଏହା ଓମାନ୍ ଏବଂ ପାକ୍ ମୁହାଁ ହେବାର ସମ୍ଭାବନା ରହିଛି।

Comment