ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମନ୍ତ୍ରୀପରିଷଦ ବୈଠକରେ ସମସ୍ତ ସଦସ୍ୟଙ୍କୁ ଠିକ୍ ସମୟରେ ଅଫିସ ପହଞ୍ଚିବା ଲାଗି ଅପିଲ କରିଛନ୍ତି। ମୋଦି କହିଛନ୍ତି ଅଫିସର କାମ ଘରେ କରିବାରୁ ବଞ୍ଚିତ ରୁହନ୍ତୁ ଓ ଲୋକଙ୍କ ଲାଗି ଉଦାହରଣ ବନନ୍ତୁ।

ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଫାଇଲ କାମ ଯେତେ ଶୀଘ୍ର ସାରି କ୍ୟାବିନେଟ ମନ୍ତ୍ରୀମାନେ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ବସି ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରିବେ ସେଥିଲାଗି କାମ କରିବା ଦରକାର। ସମୟରେ ଅଫିସର ପହଞ୍ଚିବାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ମନ୍ତ୍ରୀ ସମୟରେ ଅଫିସରେ ପହଞ୍ଚନ୍ତୁ। ଏହାସହିତ କିଛିସମୟ ବାହାର କରି ଅଧିକାରୀଙ୍କ ସହିତ ମନ୍ତ୍ରାଳୟର କାମ ବାବଦରେ ଆଲୋଚନା କରିବା ଦରକାର।

ଏହାସହିତ ମୋଦି କହିଛନ୍ତି ମନ୍ତ୍ରୀ ମାନେ ଅଫିସ ଆସିବା ଦରକାର ଓ ସେମାନଙ୍କୁ ପାର୍ଟି କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ କରି ଆଲୋଚନା କରିବା ଦରକାର।

ମନ୍ତ୍ରୀ ମାନେ ନିଜ ନିଜ ରାଜ୍ୟର ସାଂସଦଙ୍କ ସହିତ ସାକ୍ଷାତ ଓ ରାଜ୍ୟରେ ଥିବା ପ୍ରସଙ୍ଗରେ ଆଲୋଚନା କରିବାର ଦରକାର ଥିବା ମୋଦି କହିଛନ୍ତି। ମୋଦି ଏହା ବି କହିଛନ୍ତି ଜଣେ ମନ୍ତ୍ରୀ ଓ ସାଂସଦ ମଧ୍ୟରେ ସେତେ ଫରକ ନଥାଏ। ଏହାସହିତ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମନ୍ତ୍ରାଳୟର ପଞ୍ଚବାର୍ଷିକୀ ଯୋଜନା ଉପରେ ବି ଆଲୋଚନା କରିଛନ୍ତି।

Comment