ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ତାନ ଗସ୍ତ କରିଛନ୍ତିା କିର୍ଗିସ୍ତାନର ବିଶକେକରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଛନ୍ତି।

ମୋଦି ଗୁରୁବାର ସକାଳେ ଏହି ୨ ଦିନିଆ ଗସ୍ତରେ ବାହାରିଛନ୍ତି। ଅନ୍ୟ ପକ୍ଷରେ ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ଯୋଗ ଦେଉଛନ୍ତି। ସେହିଭଳି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେବେ।

ମୋଦିଙ୍କ ବିମାନ ପାକିସ୍ତାନ ଆକାଶପଥ ଦେଇ କିର୍ଗିସ୍ତାନ ଯିବ ନାହିଁ। ମୁମ୍ବାଇଠାରୁ ଓମାନ ରାସ୍ତାରେ ବିଶକେକରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।

କିର୍ଗିଜସ୍ତାନ ରାଷ୍ଟ୍ରପତି ଜୀନବେକୋବ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିଲେ।

Comment