ଓଡ଼ିଶାଲାଇଭ ବ୍ୟୁରୋ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ସାହୋର ଟିଜର ରିଲିଜ ହୋଇଛି। ଟିଜରକୁ ୩ଟି ଭାଷା ତଥା ହିନ୍ଦୀ, ତାମିଲ, ତେଲୁଗୁରେ ରିଲିଜ କରାଯାଇଛିା ଆକ୍ସନ ଫିଲ୍ମ ସାହୋରେ ପ୍ରଭାସଙ୍କ ସହ ଚୁଲବୁଲି ଶ୍ରଦ୍ଧା କପୁର ବି ନଜର ଆସିଛନ୍ତି।

ଖାସ କଥା ଫିଲ୍ମରେ ପ୍ରଭାସଙ୍କ ସହ  ଶ୍ରଦ୍ଧାଙ୍କୁ ବି ଆକ୍ସନ ମୁଡରେ ଦେଖିବାକୁ ମିଳିଛି। ୧ ମିନିଟ ୩୯ ସେକେଣ୍ଡର ଏହି ଟିଜର ପୂରା ଆକ୍ସନରେ ରହିଛିା

ଏଥିସହିତ ଫିଲ୍ମ ମେକର୍ସ ଫିଲ୍ମରେ ଥିବା ସମସ୍ତ ଚରିତ୍ରର ଲୁକ ଜାରି କରିଛନ୍ତିା ମନ୍ଦିରା ବେଦୀ, ନିଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି।

ବାହୁବଳୀ ୨ ପରେ ଏହା ପ୍ରଭାସଙ୍କ  ରିଲିଜ ହେଉଥିବା ପ୍ରଥମ ଫିଲ୍ମା ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି। ସୋସିଆଲ ମିଡିଆରେ ଏହାକୁ ଭଲ ରେସପନ୍ସ ମିଳୁଛିା

Comment