ଓଡ଼ିଶାଲାଇଭ୍ ବ୍ୟୁରୋ

୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ୨୦ଟି ଜିଲ୍ଲାରେ ଧୂଳିଝଡ଼ ସହ ଘଡ଼ଘଡ଼ି ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ୨୦ଟି ଜିଲ୍ଲା ହେଉଛି ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କନ୍ଧମାଳ, ପୁରୀ, ଜଗତସିଂହ ପୁର, ନୟାଗଡ଼, କଟକ, ନୟାଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ଗଜପତି, ବାଲେଶ୍ୱର ଓ ପୁରୀ।

କିଛି ଦିନର ଅସହ୍ୟ ତାତି ପରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ ବୁଧବାର ରାତିରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଆଜି ସକାଳ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଯାହା ଫଳରେ କିଛି ଦିନ ହେବ ପ୍ରଚଣ୍ଡ ଗରମ ଏବଂ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି।

ବୁଧବାର ୧୧ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଏବଂ ବର୍ଷା ଯୋଗୁଁ କିଛିଟା ଆଶ୍ୱସ୍ତି ମିଳିଛି।

Comment