ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତିା ୧୯୬୪ରେ ଜନ୍ମ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ପିୟୁଷ ସାରାଦେଶରେ ବିଜେପିର ଜଣେ ବରିଷ୍ଠ ନେତା ଭାବେ ପରିଚିତ। ଆଜି ତାଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ଏମିତି କଥା କହିବୁ ଯାହା ତାଙ୍କୁ ଜଣେ ବରିଷ୍ଠ ନେତା କରିପାରିଛି।

– ପୁୟୁଷ ଗୋଏଲଙ୍କ ବାପା ବେଦ ପ୍ରକାଶ ଗୋଏଲ ବିଜେପିର ଜଣେ ନେତା ଥିଲୋ। ସେ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ମନ୍ତ୍ରୀ ମଧ୍ୟ ଥିଲ।

– ଗତ ବର୍ଷ ପିୟୁଷ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନପସ୍ଥିତିରେ ରେଳ ବିଭାଗ ସହ ଅତିରକ୍ତି ଅର୍ଥମନ୍ତ୍ରୀ ଭାବେଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିଲୋ ଜେଟଲୀ ଅସୁସ୍ଥ କାରଣରୁ ଛୁଟିରେ ଥିଲ।

-୨୦୧୪ରେ କେନ୍ଦ୍ରମନ୍ତ୍ରୀ ହେବାପୂର୍ବରୁ ପିୟୁଷ ବିଜେପିର କୋଷାଧ୍ୟକ୍ଷ ଥିଲୋ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ତାଙ୍କ ବାପା ମଧ୍ୟ ତାଙ୍କ କାର୍ଯ୍ୟକାଳରେ ଏହି ଦାୟିତ୍ୱ ସମ୍ଭାଳିଥିଲ।

-ଗୋଏଲ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟବ୍ୟାଙ୍କ, ୨୦୦୨ରୁ ୨୦୦୪ ଯାଏଁ ବ୍ୟାଙ୍କ ଅଫ୍ ବରୋଦାର ବୋର୍ଡ ସଦସ୍ୟ ଥିଲ।

-୨୦୧୬ରେ ଗୋଏଲ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲ।

– ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବି ଗୋଏଲ ରେଳମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି।

ରେଳ ବିଭାଗ ସହ ଅତିରକ୍ତି ଅର୍ଥମନ୍ତ୍ରୀ ଭାବେ ଆଜି ତାଙ୍କ ଜନ୍ମଦିନ ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ଅନ୍ୟ ବରିଷ୍ଠ ନେତା ତାଙ୍କୁ ଶୁଭକାମନା ଜଣାଇଛନ୍ତା

Comment