ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ଉଗ୍ର ରୂପ ଧାରଣ କଲା ଡାକ୍ତର ଆନ୍ଦୋଳନ। ଜଣେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ରୋଗୀସେବା କେମିତି ତ୍ୱରାନ୍ୱିତ କରାଯିବ ତାକୁ ନେଇ ସରକାର ଚିନ୍ତାରେ ପଡ଼ିଥିବା ବେଳେ ପଶ୍ଚିମବଙ୍ଗର ୧୫୦ ଡାକ୍ତର ଇସ୍ତଫା ଦେବା ପରେ ସରକାର ଅଡୁଆରେ ପଡ଼ିଯାଇଛନ୍ତି।

ବର୍ତ୍ତମାନସୁଦ୍ଧା ଦାର୍ଜିଲିଂର ୨୭,  ଉତ୍ତର ୨୪ ପ୍ରଗଣାରେ ୧୮ ଏବଂ ଏନଆରଏସ୍‌ କଲେଜରୁ ୧୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇଛନ୍ତି। ଏହାସହ କୋଲକାତାର ୮୦ରୁ ଅଧିକ ଡାକ୍ତର ମଧ୍ୟ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

କୋଲକାତାର ଡାକ୍ତର ଆନ୍ଦୋଳନ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

ଜୁନ ୧୦ରେ ପଶ୍ଚିମବଙ୍ଗ ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ। ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛିା ଡାକ୍ତରଙ୍କ ସୁରକ୍ଷା ଓ ଅଧିକାର ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତିା

Comment