ଓଡ଼ିଶାଲାଇଭ୍ ବ୍ୟୁରୋ

  • ଷଢ଼େଇକଳା ଜିଲ୍ଲାରେ ଲାଲ ତାଣ୍ଡବ
  • ପାଟ୍ରୋଲିଂ ଭ୍ୟାନ ଉପରକୁ ଅତର୍କିତ ଗୁଳି ଚାଳନା
  • ୫ ପୋଲିସ ସହିଦ
  • ବାଇକରେ ଆସି ଗୁଳି ମାଡ଼ କଲେ ନକ୍ସଲ

ଝାଡ଼ଖଣ୍ଡରେ ପୁଣିଥରେ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ଷଢ଼େଇକଳା ଜିଲ୍ଲାରେ ପୋଲିସ ଭ୍ୟାନ ଉପରକୁ ନକ୍ସଲମାନେ ଆଖିବୁଜା ଗୁଳି ଚାଳନା କରିବାରୁ ୫ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି।

ସହିଦଙ୍କ ଭିତରେ ୨ ଜଣ ସବ୍‌ଇନ୍ସିପେକ୍ଟର ଏବଂ ୩ ଜଣ କନେଷ୍ଟବଳ ଅଛନ୍ତି। ଷଢ଼େଇକଳା ଜିଲ୍ଲାର ତିରୁଡିହି ଥାନାର କୁକଡୁ ସାପ୍ତାହିକ ହାଟରେ ପୋଲିସ ଭ୍ୟାନ ପାଟ୍ରୋଲିଂ କରୁଥିବା ବେଳେ ୮ରୁ ୧୦ ଜଣ ନକ୍ସଲ ବାଇକରେ ଅସି ଅତର୍କିତ ଗୁଳି ଚାଳନା କରିଥିଲେ।

ପାଟ୍ରୋଲିଂ ଭ୍ୟାନରେ ୬ ଜଣ ପୋଲିସ କର୍ମଚାରୀ ଥିଲେ। ସେମାନଙ୍କ ଭିତରୁ ୫ ଜଣ ନକ୍ସଲଙ୍କ ଗୁଳିରେ ସହିଦ ହୋଇଛନ୍ତି। ନକ୍ସଲଙ୍କ ଗୁଳିରୁ ବର୍ତ୍ତି ଯାଇଥିବା ପୋଲିସ କର୍ମଚାରୀ ଦୌଡ଼ି ଦୌଡ଼ି ତିରୁଡିହି ଥାନରେ ପହଞ୍ଚି ଯାଇଥିଲେ।

Comment