ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବ୍ୟାପି ତେୁଜୁଛି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନା। ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦିଲ୍ଲୀ ଏମ୍ସ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରର ଅନେକ ଡାକ୍ତର। ଏହାର ସବୁଠୁ ଅଧିକ ପ୍ରଭାବ ପଡ଼ିଛି ଓଡ଼ିଶାରୋ ଭୁବନେଶ୍ୱର ଏମ୍ସରୁ ୫୦୦ରୁ ଅଧିକ ଡାକ୍ତର ମଧ୍ୟ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି।

ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ହେଲେ ଜରୁରୀକାଳୀନ ସେବା ଜାରି ରହିଛି। ଯାହାଦ୍ୱାରା ଏମ୍ସସର ଓପିଡି କାଉଣ୍ଟଟରରେ ଏକ ପ୍ରକାର ତାଲା ପଡିଛି। ଏହାପୂର୍ବରୁ  ଗୁରୁବାର କଟକ ଏସସିବି ଓ ବୁର୍ଲା ଭିମସାର ଡାକ୍ତରମାନେ ଏହାକୁ ସମର୍ଥନ କରିଥିଲେ।

ଜୁନ ୧୦ରେ ପଶ୍ଚିମବଙ୍ଗ ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛିା ଡାକ୍ତରଙ୍କ ସୁରକ୍ଷା ଓ ଅଧିକାର ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତିା

Comment