ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବର୍ଷର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ପ୍ରଥମ ଥର ପାଇଁ ବଜେଟ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହି ବୈଠକ ଆସନ୍ତା ୨୩ ତାରିଖ କିମ୍ବା ୨୪ ତାରିଖରେ ବସିପାରେ।

‘‘ କିପରି ଗୃହକାର୍ଯ୍ୟ ସ୍ୱଭାବିକ ହେବ, କିପରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାଟ ବାହାରିବ ଏବଂ ଗୃହ ସୁରୁଖୁରୁ ଚଳାଇବା ପାଇଁ ବିରୋଧୀଙ୍କ ସହଯୋଗ ଆବଶ୍ୟକ। ତେଣୁ ବିଧାନସଭା ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଥିବା କହିଛନ୍ତି’’, ସୂର୍ଯ୍ୟ ନରାୟଣ ପାତ୍ର।

ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ ଅଧିବଶେନ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି। ଆସନ୍ତା ୨୫ ତାରିଖରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ଅଧବେଶନ ବସିବାକୁ ଯାଉଛି।

Comment