ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ହେଲେ ସର୍ବ ଭାରତୀୟ ଟପ୍ପର। ୩୭୨ରୁ ୩୪୬ ନମ୍ବର ରଖି କାର୍ତ୍ତିକେୟ ଟପ୍ପର ହୋଇଛନ୍ତି। ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ ଦିଲ୍ଲୀର ଅର୍ଚ୍ଚିତ୍ ବୁବନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ଆଇଆଇଟିରେ ନାମ ଲେଖାଇବେ।

ରାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ୨୨ଟି ଆଇଆଇଟିର ୧୧ ହଜାର ୨୭୯ ସିଟରେ ନାମ ଲେଖାଇ ପାରିବେ।ଜେଇଇ ମେନ୍ ପରୀକ୍ଷାରେ ଶ୍ରେଷ୍ଠ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।  ଓଡ଼ିଶାରୁ ମୋଟ ୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩ ହଜାର ୨୬୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Comment