ଓଡ଼ିଶାଲାଇଭ ବ୍ୟୁରୋ

ଏସସିଓ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତିା ପିଏମ ମୋଦି ଏହି ସମ୍ମିଳନୀରେ ନିଜ ଉଦବୋଧନରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତିା

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସମ୍ମିଳନୀରେ ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତିା ଆତଙ୍କବାଦକୁ ଧ୍ୱଂସ କରିବା ପାଇଁ ଭାରତ ସର୍ବଦା ଚେଷ୍ଟା କରି ଆସିଛିା ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କୁ ନିବାତ କରାଯାଉ ଏବଂ ସବୁ ବୃହତ୍ ଶକ୍ତି ଆତଙ୍କବାଦ ବିରୋଧରେ ଏକାଠି ଲଢ଼ନ୍ତିୁ ଏଥିସହିତ ଆତଙ୍କବାଦୀଙ୍କ ଆଡ୍ଡାକୁ ସମୂଳେ ନଷ୍ଟ କରିବାକୁ ଏକାଠି ହେବାକୁ ମୋଦି କହିଛନ୍ତିା

ସେହିପରି ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ସିରିଜ ବିସ୍ଫୋରଣ ପ୍ରସଙ୍ଗ ମଧ୍ୟ ମୋଦି ଉଡାଇଛନ୍ତିା ‘‘ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ କରିବା ଦରକାର। ଏସସିଓକୁ ଆତଙ୍କ ବିରୋଧରେ ଠିଆ ହେବାକୁ ପଡ଼ିବ’’ କହିଛନ୍ତି ମୋଦିା

ଏହା ବ୍ୟତୀତ ମୋଦି ଆଫଗାନିସ୍ତାନରେ ବି ଶାନ୍ତି ଜରୁରୀ ବୋଲି କହିଛନ୍ତିା

ଜୁନ ୧୩ରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କିର୍ଗିଜସ୍ତାନ ଗସ୍ତ କରିଥିଲ।  ଗୁରୁବାର ମୋଦି  ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସହ ଆଲୋଚନା କରିଥିଲୋ

Comment