ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଧର୍ମେନ୍ଦ୍ର ପ୍ରଧାନ

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ। ବୈଠକରେ ଇସ୍ପାତ ଶିଳ୍ପର ଅଗ୍ରଗତି ଓ ପାରାଦୀପ ଆଇଓସିଏଲ ରିଫାଇନାରି ସମ୍ପ୍ରସାରଣ, ଓଡ଼ିଶାରେ ଅଧିକ ପ୍ରାକୃତିକ ତୈଳ ବିଶୋଧନାଗାର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଫନି ସହାୟତା ନେଇ ମଧ୍ୟ ଆଲୋଚନା ହୋଇପାରେ।

ପହିଲି ରଜରେ ଦୋଳି ଖେଳି ମଉଜ କରୁଛନ୍ତି ଝିଅ

ରଜ ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଖରା ପଶିପାରୁନଥିବା ଗାଁର ଗହଳିଆ ଆମ୍ବତୋଟା, ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା। ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଛି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ରଜ’ ଶୁଭେଚ୍ଛା

ସାରାରାଜ୍ୟରେ ଆଜି ପାଳିତ ହେଉଛି ରଜ। ଏହି ଅବସରରେ ଉତ୍ସବମୁଖର ପୂରା ଗାଁରୁ ସହର। ସବୁଠି ନୂଆ ପୋଷାକ, ପିଠା, ଦୋଲିର ଆସର। ସମସ୍ତେ ପରସ୍ପରକୁ ରଜ ଶୁଭାକାମନା ଜଣାଇ ରଜକୁ ଉପଭୋଗ କରୁଛନ୍ତିା କୁଆଁରୀ ଝିଅଙ୍କଠୁ ଆରମ୍ଭ କରି ମହିଳାମାନ ସମେସ୍ତ ରଜ ମଜା ନେଉଛନ୍ତିା ଏହି ଗଣ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଛନ୍ତି।

 

Comment