ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲଣ୍ଡନ ଯିବାର ସ୍ୱପ୍ନ ଦେଖୁଛନ୍ତି ବାବୁସାନ।  ନାୟକ ବାବୁସାନଙ୍କ ଆଖିରେ ଲଣ୍ଡନ ଯାଇ ସେଟଲ ହୋଇ ପାଉଣ୍ଡ ରୋଜଗାର କରିବାର ଲକ୍ଷ୍ୟ। ତା’ ପୁଣି ଏନଆରଆଇଙ୍କୁ ବିବାହ କରି। ଆଉ ହଠାତ ତାଙ୍କୁ ମିଳିଯାଇଛି ତାଙ୍କ ଲଣ୍ଡନର ଠିକଣା। ଅର୍ଥାତ ନାୟିକା ତମନ୍ନ। କିଛି ଏଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ଫିଲ୍ମ ‘ଗୋଲମାଲର ଲଭ’ର କାହାଣୀ। ଆଜି ଏହି ଫିଲ୍ମ ରଜ ବାଜାରକୁ ସରଗରମ କରୁଛି ଏହି ଫିଲ୍ମ।

ତରଙ୍ଗ ସିନେ ପ୍ରଡକ୍ସନର “ଗୋଲମାଲ ଲଭ୍”ପହିଲି ରଜରେ ମୁକ୍ତିଲାଭ କରିଛି। । ଗୋଲମାଲ ନାଁ ଟି ଶୁଣିବାପାଇଁ  ଯେତିକି ମଜାଦାର ଲାଗୁଛି, ଫିଲ୍ମରେ ସେତିକି ଭରି ହୋଇ ରହିଛି  ଡ୍ରାମା, ରୋମାଣ୍ଟିକ  ପ୍ରେମ ସାଙ୍ଗକୁ ବାବୁସାନଙ୍କ ଜବରଦସ୍ତ କମେଡି। ବଲିଉଡର ଗୋଲମାଲ ତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ଦେଖାଯାଉ ଓଲିଉଡର ଗୋଲମାଲ କେତେଦୁର ପସନ୍ଦ ଆସୁଛି ଦର୍ଶକଙ୍କୁ ।

ଏହି ଚଳଚିତ୍ରରେ ମୁଖ୍ୟ ଭୁମିକାରେ ବାବୁସାନଙ୍କ ସହ ଦେଖିବାକୁ ମିଳିଛି ଅଭିନେତ୍ରୀ ତମନ୍ନାଙ୍କୁ । ଏହି ଚଳଚିତ୍ରକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ବିଜୟ ମହାନ୍ତି, ଜୀବନ ପଣ୍ଡା, ଅପରାଜିତା, ମିହିର ଦାସ, ସଲିଲ ମିତ୍ର ଆଦିଙ୍କୁ  ବିଭିନ୍ନ ଭୂମିକାରେ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ।

ନିଝୁମରାତିର ସାଥି, ଭାଇନା କ’ଣ କଲାସେ, ଅନୁଭବଙ୍କ ସହ ପ୍ରେମକୁମାର ଚଳଚିତ୍ରରେ କାମ କରିସାରିବା ପରେ ବାବୁସାନଙ୍କ ସହ ଏହା ତମନ୍ନାଙ୍କ ପ୍ରଥମ ଚଳଚିତ୍ର । କଟକ ଓ ଭୁବନେଶ୍ୱରରେ ଏହି ଫିଲ୍ମର ସମସ୍ତ ଗୀତ ସୁଟିଂ ହୋଇଛି । ମଣ୍ଟୁ ଛୁରିଅ, ଲିପସା, ହ୍ୟୁମାନ ସାଗର , ସ୍ୱୟମ ପାଢି ଆଦି ଗୀତିକାର ମାନେ ଏହି ଚଳଚିତ୍ରରେ କଣ୍ଠଦାନ କରିଛନ୍ତି । ଏହି ଫିଲ୍ମକୁ କ୍ରିଟିକାଲ ରିଭ୍ୟୁରେ ୫ରୁ ୪.୯ ରେଟିଂ ମିଳିଥିବାବେଳେ, ଅଡିଏନ୍ସ ରିଭ୍ୟୁ ଏହାକୁ ୧୦୦ରୁ ୮୩% ରେଟିଂ ମିଳିଛି ।

Comment