ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ।

ବୈଠକରେ ଇସ୍ପାତ ଶିଳ୍ପର ଅଗ୍ରଗତି ଓ ପାରାଦୀପ ଆଇଓସିଏଲ ରିଫାଇନାରି ସମ୍ପ୍ରସାରଣ, ଓଡ଼ିଶାରେ ଅଧିକ ପ୍ରାକୃତିକ ତୈଳ ବିଶୋଧନାଗାର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଫନି ସହାୟତା ନେଇ ମଧ୍ୟ ଆଲୋଚନା ହୋଇପାରେ।

ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଭାବେ ଶପଥ ନେବା ପରେ ଧର୍ମେନ୍ଦ୍ର ପ୍ରଥମ ଥର ଲାଗି ନବୀନଙ୍କୁ ଭେଟିବେ। ଏହି ବୈଠକ ନିଶ୍ଚୟ ରାଜ୍ୟ ପାଇଁ କିଛି ସୁଫଳ ଆଣିବ ବୋଲି ଚର୍ଚ୍ଚା ହେଉଛି।

Comment