ଓଡ଼ିଶାଲାଇଭ୍ ବ୍ୟୁରୋ

 

ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜ ଘୁମରାମୁଣ୍ଡି ଜଙ୍ଗଲରେ ୪ଜଣ ଶିକାରୀ ଶିକାର କରୁଥିବା ସମୟରେ ଧରାପଡ଼ିଛନ୍ତି। ଜଙ୍ଗଲ ବିଭାଗ ଅଧିକାରୀ ଜଙ୍ଗଲ ଭ୍ରମଣ କରୁଥିବା ସମୟରେ ୪ଜଣ ଶିକାରୀଙ୍କୁ ଅଟକ ରଖିବା ସହ ୨ଟି ବନ୍ଧୁକ ଜବତ କରିଛନ୍ତି।

ଜଙ୍ଗଲ ବିଭାଗ କହିବା ଅନୁସାରେ, ୧୫ରୁ ୨୦ ଜଣ ଶିକାରୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଜାଲ ଓ ଫାଶ ପକାଇଥିଲେ। ବିଶେଷଜ୍ଞ ଦଳ ଓ ବନ ବିଭାଗ ଅଧିକାରୀଙ୍କୁ ଦେଖି ଶିକାରୀମାନେ ସେଠାରୁ ଖସି ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। ସେଥିମଧ୍ୟରୁ ୪ଜଣ ଶିକାରୀ ବନ ବିଭାଗ ହାତରେ ଧରାପଡ଼ିଥିଲେ।

ବନ ବିଭାଗ ଅଧିକାରୀ ବିନା ଲାଇସେନ୍ସର ଦୁଇଟି ଦେଶୀ ବନ୍ଧୁକ ସହ ଫାଶ ପକାଇବା ସମସ୍ତ ସାମଗ୍ରୀ ଜବତ କରିଛି। ଅଟକ ଥିବା ଶିକାରୀ ହେଲେ ଚାନ୍ଦାହାଣ୍ଡି ବ୍ଲକ କୁହୁଡ଼ି ଗ୍ରାମର ଅରକ୍ଷିତ ଭୁଞ୍ଜିଆ, ମନୋହର ପୂଜାରୀ, ବିକ୍ରମ ଭୁଞ୍ଜିଆ ଓ ଗଜେନ୍ଦ୍ର ସୁନା।

ଜଙ୍ଗଲରେ କୌଣସି ଜୀବଜନ୍ତୁ ଶିକାର ହୋଇ ନଥିବା ଜଣାପଡ଼ିଛି। ବନ ବିଭାଗ ଅଧିକାରୀ ମୁକୁନ୍ଦ ଦିଶାରୀ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Comment