ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦାବିକୁ ପୁଣି ଦେହାରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୀତି ଆୟୋଗ ବୈଠକରେ ଏହି ଦାବି ଉଠାଇଛନ୍ତି ନବୀନ।

ନବୀନ ବୈଠକରେ କହିଥିଲେ, ‘‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମାପଦଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମିଲ କରାଯାଉ। ଯେଉଁ ସବୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହେଉଛନ୍ତି ସେମାନଙ୍କୁ ନିର୍ଦ୍ଦିଷ୍ଟ କିଛି ସମୟ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ।’’

ନୀତି ଆୟୋଗ ବୈଠକରେ ନବୀନ ଅରଉ କିଛି ପ୍ରସ୍ତାବ ମଧ୍ୟ ରଖିଥିଲେ।

ପିଏମ୍ କିଷାନ ଯୋଜନାରେ ଭୂମିହୀନ ଚାଷୀ ଏବଂ ଭାଗଚାଷୀଙ୍କୁ ସାମିଲ କରିବାକୁ ନବୀନ ପ୍ରସ୍ତାବ ଦେଇଥିଲେ। ୨୦୧୯ ଏପ୍ରିଲ ୧ ସୁଦ୍ଧା ଯେଉଁ ଜଳସେଚନ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇନାହିଁ ସେଗୁଡ଼ିକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ କରିବାକୁ ନବୀନ କହିଥିଲେ।

ଏହାସହ କନ୍ଧମାଳକୁ ରେଳ ସଂଯୋଗ, ଯେଉଁ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କସେବା ପହଞ୍ଚି ନାହିଁ ସେଠି ବ୍ୟାଙ୍କିଂ ସୁବିଧା ପହଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ। କୋଇଲା ରୟାଲଟି ୧୪ରୁ ୨୦ ପ୍ରତିଶତ କରିବାକୁ ନବୀନ ଦାବି କରିଥିଲେ।

ଦେଶରେ ଏକକାଳୀନ ନିର୍ବାଚନ ଏବଂ ସବୁ କ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେବାକେୁ ନବୀନ ଦାବି କରିଥିଲେ।

Comment