ଓଡ଼ିଶାଲାଇଭ ବ୍ୟୁରୋ

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଆଜି ପ୍ରଥମ ଥର ଦିଲ୍ଲୀରେ ନୀତି ଆୟୋଗର ବୈଠକ ବସିବା ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବୋ

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗ ଉଠାଇପାରନ୍ତିା ଏଥିସହ ରାଜ୍ୟର ଫନି କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ଦାବି ମଧ୍ୟ ଉପସ୍ଥାପନା କରିବା ସମ୍ଭାବନା ରହିଛି।

ଆଜିର ଏହି ବୈଠକ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, କୃଷି ମନ୍ତ୍ରୀ, ଗ୍ରାମ୍ୟ ବିକାଶ ମନ୍ତ୍ରୀ ଉପସ୍ଥିତ ରହିବ। ଏହବ୍ୟତୀତ ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ସଦସ୍ୟ, ସିଇଓ ତଥା ବରିଷ୍ଠ ଅଧିକାରୀ ସାମିଲ ରହିବେ ।

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ରାଜ୍ୟର ଉପ-ରାଜ୍ୟପାଳ, କିଛି କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ଭାଗ ନେବେ।

Comment