ଓଡ଼ିଶାଲାଇଭ ବ୍ୟୁରୋ

ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ ତୀବ୍ର ରୂପ ନେଲାଣିା ଦାବି ପୂରଣ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତିା ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟରର୍ସ ଆସୋସିଏସନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛିା  ୪୮ ଘଣ୍ଟା ମଧ୍ୟରେ  ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚେତାବନୀ ଦେଇଛନ୍ତି ଆସୋସିଏସନା

ଆଜିକୁ ପଞ୍ଚମ ଦିନରେ ଜୁନିୟର ଡାକ୍ତର ଆନ୍ଦୋଳନ ପହଞ୍ଚିଛିା ୩୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇଛନ୍ତି। ଏଥିରେ କୋଲକାତା, ବର୍ଦ୍ଧମାନ, ଦାର୍ଜିଲିଂର ସରକାରୀ ହସ୍ପିଟାଲର ବିଭାଗୀୟ ମୁଖ୍ୟ ଅଛନ୍ତିା ଏତିପାଇଁ ରୋଗୀସେବା ବାଧାପ୍ରାପ୍ତ ହେଉଛିା  ସୁରକ୍ଷା ପ୍ରଦାନ ଓ ଆକ୍ରମଣକାରୀଙ୍କୁ ଦଣ୍ଡ ଦେବା ସହ, ମମତା ବାନାର୍ଜୀ କ୍ଷମା ମାଗନ୍ତୁ ବୋଲି ୬ ଦଫା ଦାବିରେ ଜୁନିଅର ଡାକ୍ତର ଆନ୍ଦୋଳନରେ ଅଟଳ ଅଛନ୍ତି। ଆଲୋଚନା ପାଇଁ ମମତା ପ୍ରସ୍ତାବ ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀ ଏହାକୁ ପ୍ରତ୍ୟାଖାନ କରିଛନ୍ତିା

ସେପଟେ କୋଲାକତା ଆନ୍ଦୋଳନକୁ ସାରାଦେଶରେ ସମର୍ଥନ ମିଳୁଛିା ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶରେ ଡାକ୍ତରଙ୍କ ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳୁଛିା  ସୋମବାର ଦିନିକଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ।

କାହିଁକି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର?

ଜୁନ ୧୦ରେ କୋଲକାତାର ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ । ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛିା ଡାକ୍ତରଙ୍କ ସୁରକ୍ଷା ଓ ଅଧିକାର ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତିା ଫଳରେ ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବ୍ୟାହତ ସୃଷ୍ଟି ହୋଇଛିା

Comment