ଓଡ଼ିଶାଲାଇଭ ବ୍ୟୁରୋ

ଅଭିନେତ୍ରୀ ରବିନା ଟଣ୍ଡନ ଓ ଅଭିନେତା ଅକ୍ଷୟ କୁମାରଙ୍କ ଗୀତ ‘ଟିପ ଟିପ ବରଷା ପାନି’ ଆଜି ବି ବଲିଉଡର ଟପ୍ ରୋମଣ୍ଟିକ ଗୀତମାନଙ୍କ ମଧ୍ୟରୁ ଗୋଟିଏ। ଏହି ଗୀତଟି ୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ‘ମୋହରା‘ର।

ଆଜି ବି ଦର୍ଶକଙ୍କ ହୃଦୟରେ ଏହି ଫିଲ୍ମ ରାଜ କରୁଛି। ଏହି ଗୀତକୁ ପୁଣିଥରେ ପରଦାରେ ଦେଖିପାରନ୍ତି ଦର୍ଶକ। ରିପୋର୍ଟ ଅନୁସାରେ ଏହି ରୋମଣ୍ଟିକ ଗୀତ ଫିଲ୍ମ ସୂର୍ଯ୍ୟବଂଶୀରେ ଦେଖାଯାଇପାରେ। ଏହି ଗୀତର ସୁଟିଂ ଏବେ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଦୀର୍ଘଦିନ ପରେ ଏହି ଗୀତରେ ଅକ୍ଷୟଙ୍କ ସହିତ ରବିନା ନୁହଁନ୍ତି କ୍ୟାଟ୍ରିନା ଦେଖାଯିବେ। କ୍ୟାଟ୍ରିନା ଓ ଅକ୍ଷୟ ଗୀତର ସୁଟିଂ ବି ଆରମ୍ଭ କରିଦେଇଛନ୍ତି।

ଅକ୍ଷୟ, କ୍ୟାଟ୍ରିନା ରୋହିତ ସେଟ୍ଟୀଙ୍କ  ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ। ଫିଲ୍ମର ସୁଟିଂ ପାଇଁ ଏବେ ଉଭୟ ହାଇଦ୍ରାବାଦରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here