ଓଡ଼ିଶାଲାଇଭ ବ୍ୟୁରୋ
ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍। ନୂଆଦିଲ୍ଲୀ ଷ୍ଟେସନରେ ଏହି ଅଘଟଣ ଘଟିଛି। ଟ୍ରେନକୁ ପ୍ଲାଟଫର୍ମକୁ ଅଣାଯାଉଥିବା ବେଳେ ଟ୍ରେନର ଚାରିଟି ଚକା ଟ୍ରାକରୁ ତଳକୁ ଖସି ଯଇଥିଲା।
ଭଲଭାବେ ଯାଞ୍ଚ କରିବା ପରେ ଟ୍ରେନଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି।
ସନ୍ଧ୍ୟା ୫ଟା ବେଳେ ରାଜଧାନୀ ଏକ୍ସପ୍ରେସ୍କୁ ନୂଆଦିଲ୍ଲୀ ଷ୍ଟେସନର ପ୍ଲାଟଫର୍ମକୁ ଅଣାଯାଇଥିଲା। ଏହି ସମୟରେ ଚକା ଟ୍ରାକରୁ ଖସି ଯାଇଥିଲା। ରେଲୱେ ବିଭାଗ ପକ୍ଷରୁ ତତକ୍ଷଣାତ ମରାମତି କରାଯାଇଥିଲା। ମରାମତି ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଟ୍ରେନ।