ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ସଂସଦ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀରେ ବସିଲା ସର୍ବଦଳୀୟ ବୈଠକ

ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ସୋମବାରଠୁ ଆରମ୍ଭ ହେଉଛି ସଂସଦର ପ୍ରଥମ ଅଧିବେଶନ। ଜୁଲାଇ ୨୬ ଯାଏଁ ଚାଲିବ ଏହି ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶାସକ ଏବଂ ବିରୋଧୀ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ। ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ବାଧକ ସାଜିଲା ବର୍ଷା, ଅଟକିଲା ଭାରତ-ପାକିସ୍ତାନ ମ୍ୟାଚ୍‌

ଅଧାରୁ ଅଟକିଲା ଭାରତ-ପାକିସ୍ତାନ ମ୍ୟାଚ୍‌। ପୁଣି ବିଶ୍ୱକପରର ବାଧକ ସାଜିଲା ବର୍ଷା। ରବିବାର ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ତେବେ ବର୍ଷା ହେବାରୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିଦିଆଯାଇଛି।

ରୋହିତ ଶର୍ମାଙ୍କ ଦମ୍‌ଦାର ଶତକ, ଭାରତ @୨୦୦

ଭାରତ-ପାକିସ୍ତାନ ମଧ୍ୟରେ ରବିବାର ମାଞ୍ଚେଷ୍ଟରଠାରେ ଜବରଦସ୍ତ ମୁକାବିଲା ଚାଲିଛି। ୩୫ ଓଭର ସୁଦ୍ଧା ଟିମ୍‌ ଇଣ୍ଡିଆ ୨୦୦ ରନ୍‌ର ସ୍କୋର ପାର କରିଛି। ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଟିମ୍‌ ଇଣ୍ଡିଆ ଆଗକୁ ଅଗ୍ରସର ହେଉଛି।

ଭାରତ ବନାମ ପାକିସ୍ତାନ – ଇତିହାସ କହୁଛି ଭାରତ ଜିତିବ

କ୍ରିକେଟ୍‌ ବିଶ୍ୱକପ ୨୦୧୯ରେ ରବିବାର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଦିନ ୩ଟା ବେଳେ ଲଣ୍ଡନର ମାଞ୍ଚେଷ୍ଟରରେ ଏହି ମହା-ମୁକାବିଲା ହେବାକୁ ଥିବା ବେଳେ ସମଗ୍ର ବିଶ୍ୱର ନଜର ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ। ତେବେ ଆଜିର ମ୍ୟାଚ୍‌ରେ କିଏ ଜିତିବ? ତେବେ ଏହାକୁ ନେଇ ଇତିହାସ କ’ଣ କହୁଛି, ଆସନ୍ତୁ ଜାଣିବା

political collage

ଏଥର ରାଜ୍ୟସଭାକୁ କାହା ପାଳି?

ଓଡ଼ିଶାରୁ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିଛି। ଜୁଲାଇ ୫ରେ ନିର୍ବାଚନ ହେବ। ତେବେ ଏହି ତିନିଟି ଆସନ ପାଇଁ କାହା ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭରସା କରିବେ ତାକୁ ନେଇ ଉତ୍କଣ୍ଠା ବଢ଼ିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଆଶାୟୀଙ୍କ ଲମ୍ବା ତାଲିକାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗତ ବିଧାନସଭା ନିର୍ବାଚନରେ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ଆଣି ନବୀନ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରାର୍ଥୀ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ବିଜୟୀ ହୋଇଥିଲେ।

ପାଟକୁରାରେ ହେବ ଜୋରଦାର ଲଢ଼େଇ – ନିରଞ୍ଜନ

ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଏବେ ଯାଏଁ ତାରିଖ ଘୋଷଣା କରି ନାହାନ୍ତି। ହେଲେ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି କ୍ୟାମ୍ପେନିଂ ଆରମ୍ଭ କରି ଦେଇଛନ୍ତି। ବିଜେଡି ଓ ବିଜେପି ପାଟକୁରାରେ ସମରସଜା ଆରମ୍ଭ କରିଥିବା ବେଳେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଛି।

ଆବର୍ଜନାମୁକ୍ତ ସହର ପାଇଁ କଟକରେ ଲାଗୁ ହେବ ନୂଆ ବ୍ୟବସ୍ଥା

ଅସନା ସହର କଟକ। ଏହା ପ୍ରମାଣ କରିଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮। ଭାରତରେ ତାଲିକାଭୁକ୍ତ ସହର ମଧ୍ୟରେ କଟକ ୪୦୨ ନମ୍ବର ସ୍ଥାନରେ ରହିଥିଲା। ସର୍ବେକ୍ଷଣ କରିବାକୁ ଆସିଥିବା ଟିମ୍ ସହର ବୁଲି ଯାହା ଆଖିରେ ଦେଖିଲେ, ତାକୁ ରେକର୍ଡ ବି କରିଥିଲେ। ଚାରିଆଡେ କୁଢକୁଢ ଆବର୍ଜନାର ଦୃଶ୍ୟ ସର୍ବେକ୍ଷଣରେ ସହର ମର୍ଯ୍ୟାଦା ହାନୀ କରିଥିଲା। କିନ୍ତୁ ଆଗକୁ କଟକ ସହରକୁ ଏ ପରିସ୍ଥିତିର ମୁକାବିଲା କରିବାକୁ ପଡିବନାହିଁ।

ସୋମବାର ଦେବସ୍ନାନ ପୂର୍ଣ୍ଣିମା – ପୁରୀରେ ନିୟୋଜିତ ହେବେ ୧୨୪ ସେକ୍ସନ ଫୋର୍ସ

ସୋମବାର ଦିନ ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପୁରୀରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହେବାର ଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ନାନଯାତ୍ରା ପାଇଁ ପୁରୀରେ ୧୨୪ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ବାଲୁକା କଳା ମାଧ୍ୟମରେ ବିରାଟ ବାହିନୀଙ୍କୁ ଶୁଭେଚ୍ଛା

ଆଜି କ୍ରିକେଟ ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଅପରାହ୍‌ଣ ୩ଟାରେ ଲଣ୍ଡନର ମଞ୍ଚେଷ୍ଟରଠାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ବିରାଟ ବାହିନୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି।

ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍

କ୍ରିକେଟ୍‌ ମହାସମର ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ ଭେଟିବ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ। ଭାରତ ସମୟ ଅନୁଯାୟୀ ଦିନ ୩ଟା ବେଳେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆରମ୍ଭ ହେବ।

ଶ୍ରୀମନ୍ଦିରରେ ଦିନ ୨ଟା ଯାଏଁ ଦର୍ଶନ ବନ୍ଦ

ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ସେଥିପାଇଁ ଆଜିଠାରୁ ଚାଲିଛି ଶ୍ରୀଜିଉଙ୍କ ସେନାପଟା ଲାଗି। ଏହାକୁ ଦୃଷ୍ଟିରେ ରଖି ରବିବାର ଦିନ ୨ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ତୃତୀୟ ରଜରେ ବି ଝୁମୁଛି ଗାଁରୁ ସହର

ରାଜ୍ୟରେ ଚାଲିଛି ରଜ ଉତ୍ସବ। ଆଜି ଏହା ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନକୁ ଭୂମିଦାହ ବା ଭୂମି ଦହନ ବୋଲି ମଧ୍ୟ କୁହାଯାଇଥାଏ। ତୃତୀୟ ଦିନରେ ବି ଝିଅ ବୋହୂ ରଜ ପାନ, ଦୋଳି ଓ ପିଠାପଣାର ମଜା ନେଉଛନ୍ତି। ରଜ ଉତ୍ସବ ପାଳନରେ ଦୁଲୁକୁଛି ଗାଁରୁ ସହର। ଗାଁରେ ରଜ ଉତ୍ସବର ମଜା ତ ରହିଛି। ଏବେ ସହରରେ ମଧ୍ୟ ରଜର ମଜା ନେବାପାଇଁ ଅନେକ କାର୍ଯ୍ୟକ୍ରମମାନ ହେଉଛିା

Comment