ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ୧୭ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି। ଆଜି ଏହାର ପ୍ରଥମ ଦିନ ଥିଲା। ପ୍ରଥମ ଦିନରେ ଗୃହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉପସ୍ଥିତ ନଥିବା ସୂଚନା ମିଳିଛି। ହେଲେ କାହିଁକି ରାହୁଲ ଆଜି ପ୍ରଥମ ଦିନରେ ଗୃହରେ ଅନୁପସ୍ଥିତ ଥିଲେ ତା’ର କାରଣ ସ୍ପଷ୍ଟ ହୋଇନି।

ସେପଟେ ଗୃହରେ ରାହୁଲଙ୍କ ଅନପସ୍ଥିତିକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ରାହୁଲଙ୍କୁ ନେଇ ଏକ ଟୁଇଟ ମଧ୍ୟ କରିଛନ୍ତି। ‘‘ଲୋକସଭା ଅଧିବେଶରେ ପ୍ରଥମ ଦିନରେ ରାହୁଲ ଗାନ୍ଧି ଗୃହରେ ଦେଖାଗଲେ ନାହଁ। ଭାରତୀୟ ଲୋକତନ୍ତ୍ର ପ୍ରତି ତାଙ୍କର କ’ଣ ଏହି ସମ୍ମାନ‘‘, ଟୁଇଟରେ ଲେଖିଛନ୍ତି ଅମିତ।

ରାହୁଲ ଏଥର ଆମେଥିରୁ ନୁହେଁ ଓ୍ୱାୟନାଡରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

Comment