ଓଡ଼ିଶାଲାଇଭ ବ୍ୟୁରୋ

ସପ୍ତମଥର ପାଇଁ ପୁଣି ପାକିସ୍ତାନକୁ ବିଶ୍ୱକପରେ ପରାସ୍ତ କରିଛି ଭାରତ। ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ଓ କୁଲଦୀପ ଓ ହାର୍ଦ୍ଦିକଙ୍କ ଚମତ୍କାର ବୋଲିଂ ବଳରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୮୯ରନରେ ବିଜୟୀ ହୋଇଛି।

୩୩୭ ରନର ପିଛା କରି ପାକିସ୍ତାନ ୩୫ ଓଭରରେ ୧୬୫ରନ ହୋଇଥିବା ବେଳେ ବର୍ଷା କାରଣରୁ ଡିଏଲ ନିୟମ ଅନୁସାରେ ୪୦ ଓଭରରେ ୩୦୨ରନର ଟାର୍ଗେଟ ଦିଆଯାଥିଲା। ଫଳରେ ପାକିସ୍ତାନ ୪୦ ଓଭରରେ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମେ ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଚମତ୍କାର ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୧୩୬ ହୋଇଥିବା ବେଳେ ରାହୁଲ ବ୍ୟକ୍ତିଗତ ୫୭ରନ କରି ପାଭିଲିୟନ ଫେରିଯାଇଥିଲେ।

ପ୍ରଥମ ୱିକେଟରେ ବିରାଟଙ୍କ ସହ ଏକ ଉତ୍ତମ ଭାଗିଦାରୀ ଦ୍ୱାରା ରୋହିତ ଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୨୩୪ ହୋଇଥିବା ବେଳେ ରୋହିତ ମଧ୍ୟ ପାଭିଲିୟନ ଫେରିଯାଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଧୋନି ବେଶି ସମୟ ତିଷ୍ଠି ପାରିନଥିଲେ। ଶେଷ ୱିକେଟ ପର୍ଯ୍ୟନ୍ତ ବିରାଟ ଓ ବିଜୟ ଶଙ୍କରଙ୍କ ଲଢୁଆ ବ୍ୟାଟିଂ ସହାୟତାରେ ଦଳ ୩୩୬ ରନର ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

ପରେ ଦ୍ୱିତୀୟ ଇନିଂସରେ ୩୩୭ରନର ପିଛା କରିଥିବା ପାକିସ୍ତାନ ଦଳର ଓପନର ଯୋଡି ବେଶି ସମୟ ରହିପାରିନଥିଲା। ଦଳୀୟ ସ୍କୋର ୧୩ ହୋଇଥିବା ବେଳେ ବିଜୟ ଶଙ୍କରଙ୍କ ଏଲବିଡବ୍ଲୁର ଶିକାର ହୋଇ ପାଭିଲିୟନ ଫେରିଥିଲେ ଇମାମ୍ ଉଲ୍ଲହକ । ପରେ ବାବର ଆଜମ ଓ ପକ୍କର ଜମନ ପାକିସ୍ତାନକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

ଦଳୀୟ ସ୍କୋର ୧୧୭ ହୋଇଥିବା ବେଳେ ବାବର ଆଜମ ଆଉଟ ହୋଇଯାଇଥିଲେ।  ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଦୁଇଟି ବଲରେ ମହମ୍ମଦ ହାପିଜ ଓ ସୋଏବ ମଲ୍ଲିକଙ୍କୁ ପାଭିଲିୟନ ଫେରାଇଥିଲେ। ଦଳୀୟ ସ୍କୋର ୩୫ ଓଭରରେ ୧୬୫ ହୋଇଥିବା ବେଳେ ବର୍ଷା କାରଣରୁ କିଛି ସମୟ ମ୍ୟାଚ ବନ୍ଦ ରହିଥିଲା ଓ ଡିଏଲଏସ ନିୟମ ଅନୁସାରେ ୪୦ ଓଭରରେ ପାକିସ୍ତାନକୁ ୩୦୨ରନର ଟାର୍ଗେଟ ଦିଆଯାଇଥିଲା। ଯାହାକୁ ପାକିସ୍ତାନ ପୂରଣ କରିବାରେ ଅସଫଳ ହୋଇଥିଲା।

Comment