ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ଗସ୍ତ କରି ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଳଦେବ ଜୀଉ ମନ୍ଦିରର ଉନ୍ନତୀକରଣ ପାଇଁ ୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ।

ଝୁଲଣ ମଣ୍ଡପର ପୁନରୁଦ୍ଧାର, ଉତ୍ତର ପାର୍ଶ୍ୱ ପାଚେରୀ ନିର୍ମାଣ, କଲ୍ୟାଣ ମଣ୍ଡପ ଏବଂ ଶୌଚାଳୟ ନିର୍ମାଣ ପାଇଁ ନବୀନ ଏହି ପ୍ରାକେଜ ଘୋଷଣା କରିଛନ୍ତି।

ସୋମବାର ଅପରାହ୍ଣରେ ନବୀନ ମାଉସୀମା’ ମନ୍ଦିର ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ। ପରେ ଶ୍ରୀବଳଦେବ ଜୀଉଙ୍କ ମନ୍ଦିରକୁ ଯାଇଥିଲେ। ଶ୍ରୀବଳଦେବ ଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ବହୁ ବିଧାୟକ ଏବଂ ଦଳୀୟ କର୍ମୀ ମଧ୍ୟ ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରିଥିଲେ।

ନିର୍ବାଚନ ପ୍ରଚାର ବେଳେ ନବୀନ ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରିଥିଲେ। ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାମନା କରିଥିଲେ। ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିଛି। ନିର୍ବାଚନ ଶେଷ ହେବା ପରେ ଏବଂ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ।

Comment