ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭରେ ପ୍ରୋଟିମ ସ୍ପିକର ବିରେନ୍ଦ୍ର କୁମାର ଗୃହରେ ନୂଆ ସଦସ୍ୟଙ୍କ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତତ୍ୱାବଧାନରେ ଦୁଇ ବରିଷ୍ଠ ସାଂସଦ କୋଡିକୁନିଲ ସୁରେଶ ଏବଂ ଭର୍ତ୍ତୃହରି ମହତାବ ଶପଥପାଠର ଅନୁଧ୍ୟାନ କରିଛନ୍ତି।

ନୂଆ ଲୋକସଭାରେ ନୂଆ ସଦସ୍ୟଙ୍କ ପରିଚୟ ମଧ୍ୟ କରାଯାଇଛି। ଶପଥପାଠ କରିବା ପରେ ମୋଦି ତାଙ୍କ ଗୃହରେ ସମ୍ବୋଧିତ କରିଛନ୍ତି।

‘‘ ସରକାରଙ୍କ ସହ ଆଲୋଚନାରେ ଲୋକତନ୍ତ୍ର ମଜବୁତ ହେବ ସେଥିଲାଗି ବିରୋଧୀ ସକ୍ରିୟ ହେବା ଜରୁରୀ। ବିରୋଧୀ ସେୋନଙ୍କର ସଂଖ୍ୟାର ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ନିରପେକ୍ଷ ହୋଇ ସରକାରଙ୍କ ସହ କାର୍ଯ୍ୟ କରନ୍ତୁ। ବିରୋଧୀଙ୍କ ପ୍ରତ୍ୟେକ ଶବ୍ଦ ମୂଲ୍ୟବାନ’’, କହିଛନ୍ତି ମୋଦି।

ଏହି ଅଧିବେଶନେର ବଜେଟ ବ୍ୟତୀତ ଅଟକି ରହିଥିବା ଅନ୍ୟ କେତେକ ବିଲ ପାରିତ ହୋଇପାରେ। ଜୁଲାଇ ୨୬ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଏଥିରେ ସମୁଦାୟ ୩୦ କାର୍ଯ୍ୟଦିବସରେ ଆଲୋଚନା କରାଯିବ। ଏଥର ଅଧିବେଶରେ ମୁଖ୍ୟତଃ ତ୍ରିପଲ ତଲାକ, ବଜେଟ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି।

ଜୁଲାଇ ୫ ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପୁର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ୪ ତାରିଖ ଅର୍ଥନୈତିକ ସର୍ଭେ ରିର୍ପୋଟ ପ୍ରକାଶିତ କରାଯିବ। ସେହିପରି ଏଥର ଅଧିକ ବହୁମତ ନେଇ ଆସିଥିବାରୁ ଏନଡିଏ ସରକାର ଟ୍ରିପଲ ଟଲାକ ବିଲକୁ ସଫଳତାର ସହ ପାସ କରିବାକୁ ଚେଷ୍ଟା କରିବ। ଏ ବାବଦରେ କାଲି ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ପୂର୍ଣ୍ଣ ସମର୍ଥନ ପାଇଁ ବିରୋଧି ଦଳମାନଙ୍କୁ ଅନୁରୋଧ କରିଥିଲେ।

Comment