ଓଡ଼ିଶାଲାଇଭ ବ୍ୟୁରୋ
ଆଜିଠୁ ୧୭ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି। କାର୍ଯ୍ୟଦିବସରେ ପ୍ରଥମ ଦିନରେ ଲୋକସଭାକୁ ନିର୍ବାଚିତ ହୋଇଥିବା ନୂଆ ସଦସ୍ୟମାନେ ସାଂସଦ ଭାବେ ଶପଥ ନେଇଛନ୍ତି। ସର୍ବପ୍ରଥମେ ସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଭାବେ ଶପଥ ନେଇଥିଲେ।
ଏହାପରେ ଜଣକ ପରେ ଜଣେ ସଦସ୍ୟ ଶପଥ ନେଇଥିଲେ। ଏହି କ୍ରମରେ ସାମିଲ ହୋଇଥିଲେ ଓଡ଼ିଶାର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ ଲୋକସଭାରେ ସଂସ୍କୃତ ଭାଷାରେ ଶପଥ ନେଇଛନ୍ତି। ପ୍ରୋଟିମ ସ୍ପିକର ବିରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ସଂସ୍କୃତ ଭାଷାରେ ତାଙ୍କର ଶପଥପାଠକୁ ନେଇ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। କାରଣ ପ୍ରତାପ ଷଡ଼ଙ୍ଗୀଙ୍କର ସଂସ୍କୃତ ଭାଷାରେ ଭଲ ଦଖଲ ରହିଛି। ଏମିତିକି ନିକଟରେ ଏକ ଗଣମାଧ୍ୟମକୁ ସଂସ୍କୃତରେ ସେ ସାକ୍ଷାତକାର ଦେଇଥିଲେ।