ଓଡ଼ିଶାଲାଇଭ ବ୍ୟୁରୋ

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ସହି ଜଡ଼ିତ ଆବେଦନ ଉପରେ ଜୁନ୍ ୧୮ ଅର୍ଥାତ ଆସନ୍ତାକାଲି ଶୁଣାଣି କରିବେ।

ଦେଶବ୍ୟାପି ଏହି ଆନ୍ଦୋଳନ ହେବାପରେ ଶୁକ୍ରବାର ଏନେଇ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ଅଲଖ ଆଲୋକ ଶ୍ରୀବାସ୍ତବ ଏହି ମାମଲରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ସହମତି ପ୍ରକାଶ କରିଛନ୍ତି।

ଏହି ଆବେଦନରେ ସରକାରୀ ଡାକ୍ତରଙ୍କ ସୁରକ୍ଷା ନିଶ୍ଚୟ କରିବାକୁ ଦାବି ରଖାଯାଇଛି।

ସେପଟେ କିନ୍ତୁ ଡାକ୍ତରଙ୍କୁ ଆକ୍ରମଣ ଘଟଣା ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ)ର ଡାକ୍ତରମାନେ ୨୪ ଘଣ୍ଟିଆ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଦେଶରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି।

Comment