ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ସକାଳେ ବେଙ୍ଗାଳୁରୁର ଲୁମ୍ବିନି ଗାର୍ଡେନ ନିକଟରେ ଏକ ସିଓ୍ଵେଜର ନିର୍ମାଣଧିନ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଇଂଜିନିୟରଙ୍କ ସମେତ ୧୬ ଜଣ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ୩ଟି ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ ୩ ଜଣ ଶ୍ରମିକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

ପୋଲିସ କହିବାନୁସାରେ, ଘଟଣାଟି ସକାଳ ୧୧ଟା୩୦ରେ ଘଟିଛି। ୨୦ଜଣ ଶ୍ରମିକଙ୍କ ଉପରେ ଟାଙ୍କି ଭୁଶୁଡି ପଡିଥିଲା। ସାଧାରଣ ଲୋକ ଓ ଦମକଳ ବାହିନୀ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା।

Comment