ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ଘଟିଛି ଏକ ଅଭାବନୀୟ ଘଟଣା। ମଙ୍ଗଳବାର ସକାଳେ ଧରାକୋଟ ବ୍ଲକ ଅନ୍ତର୍ଗତ ଶରଧାପୁର ଗାଁରେ ଘଟିଛି ଭୟାଭୟ ଅଗ୍ନିକାଣ୍ଡ। ନିଆଁ ଲାଗି ୧୦ ପରିବାରର ୩୦ ବଖରା ଘର ଜଳି ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ହେଲେ ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତି ନଷ୍ଟ ହୋଇଥିବାର ସୂଚନା ମିଳିଛି।

Comment