ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଏମ୍‌ସରେ କାର୍ଯ୍ୟକାରୀ ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା। ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ପାଇବେ ଲୋକେ।

ଏନେଇ ଓଡ଼ିଶା ସରକାର ଏବଂ ଭୁବନେଶ୍ୱର ଏମ୍‌ସ ଭିତରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏମ୍‌ଓୟୁ ସ୍ୱାକ୍ଷର ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏବଂ ଏମ୍‌ସ ନିର୍ଦ୍ଦେଶିକା ଉପସ୍ଥିତ ଥିଲେ।

‘‘ଭୁବନେଶ୍ୱର ଏମ୍‌ସରେ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାର ଲାଭ ଲୋକେ ପାଇପାରିବେ। ଏନେଇ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି’’, କହିଛନ୍ତି ନବକିଶୋର ଦାସ।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନସୁଦ୍ଧା ୧୯୬ ଘରୋଇ ହସ୍ପିଟାଲ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି।

୨୦୧୮ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ମିଳୁଛି।

LEAVE A REPLY

Please enter your comment!
Please enter your name here