ଓଡ଼ିଶାଲାଇଭ ବ୍ୟୁରୋ

ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ବଢ଼ି ଚାଲିଛି। ଜାପାନୀ ଜରରେ ୧୦୯ ଶିଶୁଙ୍କ ପ୍ରାଣ ଯିବା ପରେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଛି।

ଲିଚୁରେ କ’ଣ ଏଭଳି ଉପାଦାନ ରହିଛି ଯାହା ଏଭଳି ଏକ ବଡ଼ ରୋଗର କାରଣ ହେଉଛି। ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲିଚୁ ନମୂନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ କି ନୁହେଁ ଏବଂ ଏଥିରେ କ’ଣ ରହିଛି, ତା’ର ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା କମିଶନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି।

‘‘ଓଡ଼ିଶାରେ ବିହାର ଭଳି ଘଟଣା ନ ଘଟୁ। ଏଥିପାଇଁ ଆମେ ଲିଚୁର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା କମିଶନଙ୍କୁ ନିର୍ଦ୍ଦେଶ ଦେଇଛୁ’’, କହିଛନ୍ତି ନବକିଶୋର ଦାସ।

Comment