ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ବାଚସ୍ପତି ହେବେ ବିଜେପି ସାଂସଦ ଓମ୍ ବିର୍ଲା। ରାଜସ୍ଥାନ କୋଟା ଜିଲ୍ଲାରୁ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଆଜି ସେ ଲୋକସଭା ବାଚସ୍ପତି ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ।

ପୂର୍ବରୁ ସୁମିତ୍ରା ମହାଜନ ବାଚସ୍ପତି ଥିଲେ। ସୁମିତ୍ରା ମହାଜନ ଚଳିତବର୍ଷ ନିର୍ବାଚନ ଲଢ଼ି ନଥିଲେ। ବାଚସ୍ପତି ଘୋଷଣା ହେବା ପରେ ଉପବାଚସ୍ପତି କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି।

ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ତୃତୀୟ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

Comment