ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁଣିଥରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସେ ଦିଲ୍ଲୀ ଯିବେ। ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବେ। ଆସନ୍ତାକାଲି ସଂସଦରେ ବିଭିନ୍ନ ରାଜନୀତିକ ଦଳର ସଭାପତିମାନଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ବୈଠକରେ ଗୋଟିଏ ଦେଶ, ଗୋଟଏ ନିର୍ବାଚନ, ସୁରୁଖୁରୁରେ ସଂସଦ ପରିଚାଳନା, ନୂଆ ଭାରତ ଗଠନ ଏବଂ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଉପରେ ଆଲୋଚନା ହେବ। ବିଭିନ୍ନ ଦଳର ସଭାପତିମାନେ ଏ ସମ୍ପର୍କରେ ମତାମତ ଦେବେ।

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ହେବ ନବୀନଙ୍କ ଦ୍ୱିତୀୟ ଦିଲ୍ଲୀ ଗସ୍ତ। ଗତ ୯ ତାରିଖରେ ନବୀନ ଦିଲ୍ଲୀ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ସେହିପରି ନବୀନ ଗତ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ।

Comment