ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିନା ହେଲମେଟରେ ବାଇକ ଆରୋହୀ ଖଣ୍ଡଗିରି ଓଭରବ୍ରିଜରୁ ରସୁଲଗଡ଼ ଓଭରବ୍ରିଜ ପର୍ଯ୍ୟନ୍ତ ଯାତାୟାତ କରିପାରିବେ ନାହିଁ। ବାଇକ ଦୁର୍ଘଟଣାକୁ ଆଖିଆଗରେ ରଖି ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବିଏସ ପୁନିଆ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ହେଲମେଟ୍ ନଥିଲେ ଭୁବନେଶ୍ୱର ରସୁଲଗଡ଼ରୁ ଖଣ୍ଡଗିରି ଫ୍ଲାଇଓଭରରେ ବାଇକ ଚଳାଇ ପାରିବେ ନାହିଁ।

ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ଲମ୍ବିଥିବା ଫ୍ଲାଇଓଭରରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ, ଏହାକୁ ଏଡ଼ାଇବା ପାଇଁ ଏଭଳି ନିୟମ ଲାଗୁ କରାଯାଇଛି।

ମଙ୍ଗଳବାରଠାରୁ ଏହି ନିୟମ ଲାଗୁ କରାଯାଇଛି। ଏହି ନିୟମ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଲାଗୁ ହେବ।

ଯଦି କୌଣସି ବାଇକ ଚାଳକ ଏହାକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂର୍ବରୁ ମଧ୍ୟ ଦୁର୍ଘଟଣା ରୋକିବାକୁ ୨୦୧୭ରେ “ନୋ ହେଲମେଟ ନୋ ପେଟ୍ରୋଲ” ଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା।

Comment