ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(NEST) ୨୦୧୯ର ଫଳାଫଳ। ଏହି ପ୍ରବେଶିକା ପରୀକ୍ଷାରେ ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟ ସ୍ତରରେ ଟପର ହୋଇଥିବା ବେଳେ ଓଡିଶାରୁ କାହ୍ନା ଜୈନ୍‌ ଟପର ହୋଇଛନ୍ତି। ଚଳିତ NEST ପରୀକ୍ଷା ଫଳର ୧୦୦ ରାଙ୍କ୍‌ ଭିତରେ ଓଡ଼ିଶାରୁ ୨୨ଜଣ ରହିଛନ୍ତି।

ଚଳିତବର୍ଷ ମୋଟ ୫୩,୪୫୦ ପିଲା ଏହି ପ୍ରବେଶିକା ପରୀକ୍ଷା ଦେଇଥିବାବେଳେ ୧୭୭୯ ପିଲା ସଫଳ ହୋଇଛନ୍ତି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ।

Comment