ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ବିହାର ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ଆଲର୍ଟ! ଲିଚୁ ନମୂନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ବଢ଼ି ଚାଲିଛି। ଜାପାନୀ ଜରରେ ୧୦୯ ଶିଶୁଙ୍କ ପ୍ରାଣ ଯିବା ପରେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ିଛି। ବିହାରରେ ଲିଚୁରେ ଏନସେଫାଲାଇଟ୍‌ସ ଅଧିକ ମାତ୍ରାରେ ଥିବା ଜଣାପଡ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲିଚୁ ନମୂନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛି।

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର ଏମ୍‌ସରେ କାର୍ଯ୍ୟକାରୀ ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା। ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ପାଇବେ ଲୋକେ। ଏନେଇ ଓଡ଼ିଶା ସରକାର ଏବଂ ଭୁବନେଶ୍ୱର ଏମ୍‌ସ ଭିତରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏମ୍‌ଓୟୁ ସ୍ୱାକ୍ଷର ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏବଂ ଏମ୍‌ସ ନିର୍ଦ୍ଦେଶିକା ଉପସ୍ଥିତ ଥିଲେ।

ଆଫଗାନିସ୍ତାନକୁ ୩୯୮ ରନ୍‌ର ବଡ଼ ସ୍କୋର ଟାର୍ଗେଟ୍‌ ଦେଲା ଇଂଲଣ୍ଡ

ମାଞ୍ଚେଷ୍ଟରରେ ଛକା, ଚୌକା ବର୍ଷା। ମଙ୍ଗଳବାର ଆଇସିସି ବିଶ୍ୱକପରେ ଆଫଗାନିସ୍ତାନକୁ ଭେଟିଛି ଆୟୋଜକ ଇଂଲଣ୍ଡ ଟିମ୍‌। ନଜ ଘରୋଇ ମାଟିରେ ଇଂଲଣ୍ଡଟିମ୍‌ର ଅଧିନାୟକ ଇୟନ୍‌ ମୋର୍ଗାନଙ୍କ ବ୍ୟାଟିଂ ଝଡ଼ ଦେଖିବାକୁ ମିଳିଛି। ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୋର୍ଗାନଙ୍କ ନିଜସ୍ୱ ୧୪୮ ରନ୍‌ ବଳରେ ଆଫଗାନିସ୍ତାନ ଆଗରେ ରନ୍‌ର ପାହାଡ଼ ଛିଡ଼ା କରିଛି ଇଂଲଣ୍ଡ। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୯୭ ରନ୍‌ ସଂଗ୍ରହ କରିଛି।

ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୪ ମୃତ

ବୋରିଗୁମ୍ମା-ନବରଙ୍ଗପୁର ରାସ୍ତାର ମଝିଆ ଗ୍ରାମ ନିକଟରେ  ଯାତ୍ରୀବାହୀ ବସ୍‌ ଓ  ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି।ବସ୍‌ଟି ବୋରିଗୁମ୍ମା ଅଭିମୁଖେ ଆସୁଥିବା ବେଳେ ଅଟୋଟି ମଧ୍ୟ ବୋରିଗୁମ୍ମା ଆଡୁ ଆସୁଥିଲା।

ମାଞ୍ଚେଷ୍ଟରରେ ମୋର୍ଗାନଙ୍କ ରାଜୁତି – ୧୭ ଛକା ମାରି ଗେଲଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ

ଆଇସିସି ବିଶ୍ୱକପ ୨୪ତମ ମ୍ୟାଚରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଆଫଗାନିସ୍ତାନ। ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ର ଅଧିନାୟକ ଇୟନ ମୋର୍ଗାନଙ୍କ ରାଜୁତି ଦେଖିବାକୁ ମିଳିଛି। ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୭୧ ବଲ୍‌ରେ ନିଜସ୍ୱ ୧୪୮ରନ ସଂଗ୍ରହ କରିଛନ୍ତି ମୋର୍ଗାନ। ସବୁଠାରୁ ବଡ଼ କଥା ହେଲା ୧୭ଟି ଛକା ଏବଂ ୪ଟି ଚୌକା ବଳରେ ମୋର୍ଗାନ ଏହି ବଡ଼ ସ୍କୋର ଅଧିକାରୀ ହୋଇଛନ୍ତି।

ଜୁନ୍‌ ୨୫ ଯାଏଁ ବଢ଼ିଲା ଖରାଛୁଟି – ୨୬ରେ ଖୋଲିବ ସ୍କୁଲ

ଆସନ୍ତାକାଲି ଖୋଲିବନି ସ୍କୁଲ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାଛୁଟି ବଢ଼ାଇଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୫ ତାରିଖ ଯାଏଁ ଖରାଛୁଟି ବଢ଼ାଯାଇଛି। ତେବେ ଜୁନ ୨୬ରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଲୋକସଭାର ନୂଆ ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ଜାଣନ୍ତୁ?

ଲୋକସଭାର ନୂଆ ବାଚସ୍ପତି ହେବେ ଓମ ବିର୍ଲା। ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ପ୍ରାର୍ଥୀ କରିଛି। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳଙ୍କ ହାତରେ ସଂଖ୍ୟା ବଳ ନଥିବାରୁ ଏନଡିଏ ପ୍ରାର୍ଥୀ ଓମ୍ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ତେବେ ଏହି ଓମ୍ ବିର୍ଲା କିଏ ଏବଂ ତାଙ୍କୁ କାହିଁକି ଏନଡିଏ ବାଚସ୍ପତି ପ୍ରାର୍ଥୀ କଲା ଜାଣନ୍ତୁ ଏହି ରିପୋର୍ଟରୁ।

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ, ସର୍ବଦଳୀୟ ବୈଠକରେ ଯୋଗ ଦେବେ

ପୁଣିଥରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ସେ ଦିଲ୍ଲୀ ଯିବେ। ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବେ। ଆସନ୍ତାକାଲି ସଂସଦରେ ବିଭିନ୍ନ ରାଜନୀତିକ ଦଳର ସଭାପତିମାନଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସ୍କାରେ ନିଆଁ ଲାଗି ଜଳିଗଲା ୩୦ ବଖରା ଘର

ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ଘଟିଛି ଏକ ଅଭାବନୀୟ ଘଟଣା। ମଙ୍ଗଳବାର ସକାଳେ ଧରାକୋଟ ବ୍ଲକ ଅନ୍ତର୍ଗତ ଶରଧାପୁର ଗାଁରେ ଘଟିଛି ଭୟାଭୟ ଅଗ୍ନିକାଣ୍ଡ। ନିଆଁ ଲାଗି ୧୦ ପରିବାରର ୩୦ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ହେଲେ ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତି ନଷ୍ଟ ହୋଇଥିବାର ସୂଚନା ମିଳିଛି।

ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

୧୭ତମ ଲୋକସଭାର ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ଓମ୍ ବିର୍ଲା। ତାଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ତେବେ ବିଜେଡି ମଧ୍ୟ ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ କରିଛି। ଏନେଇ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ‘‘ଲୋକସଭାରେ ବହୁମତ ପାଇଥିବା ବିଜେପି ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି। ଆମେ ତାଙ୍କୁ ସମର୍ଥନ ଦେବୁ ବୋଲି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କୁ ଆମେ ଗଠନମୂଳକ ସହଯୋଗ କରିବୁ’’, କହିଛନ୍ତି ପିନାକୀ ମିଶ୍ର।

ବିଶ୍ଵକପରେ ଆଜି ଇଂଲଣ୍ଡ-ଆଫଗାନିସ୍ତାନ ମଧ୍ୟରେ ଲଢ଼େଇ

ମଙ୍ଗଳବାର କ୍ରିକେଟ୍‌ ମହାସମରରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ୍‌ ଉପରେ ଇଂଲଣ୍ଡ ଭାରି ପଡ଼ିବ।

ବୁଧବାର ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଲୋକସଭାରେ ଶପଥ ନେଲେ ସାଂସଦ ଅନୁଭବ ମହାନ୍ତି

ଆଜି ୧୭ତମ ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ବି ଗୃହରେ ସାଂସଦଙ୍କ ଶପଥ ପାଠ ଉତ୍ସବ ଜାରି ରହିଛି। ଆଜି ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବିରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ବିହାରରେ ୧୦୮ ଶିଶୁଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଲେ ମେଡିକାଲରେ, ଲୋକ କହିଲେ “ଗୋ ବ୍ୟାକ’

ବିହାରର ମୁଜାଫରପୁରରେ ମହାମାରୀର ରୂପ ନେଇଛି ଏକ୍ୟୁଟ ଏନସେଫାଲିଟିସ ସିନଡ୍ରୋମ(ଏକ ପ୍ରକାର ଜର)। ବର୍ତ୍ତମାନ ସୁଦ୍ଧା ୧୦୮ ଶିଶୁଙ୍କୁ ଜୀବନ ନେଲାଣି ଏହି ରୋଗ। ଗତ ସପ୍ତାହରୁ ଏହି ରୋଗ ବିହାରରେ ହାହାକାର ସୃଷ୍ଟି କରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଯାଇ ହସ୍ପିଟାଲରେ ସ୍ଥିତି ସମୀକ୍ଷା କରୁଛନ୍ତି। ନୀତିଶ କୁମାରଙ୍କୁ ହସ୍ପିଟାଲରେ କଡ଼ା ବିରୋଧ କରିଯାଇଥିବା ସୂଚନା ମିଳିଛି। ହସ୍ପିଟାଲରେ ଲୋକ ‘ନୀତିଶ ଫେରିଯାଅ’ ବୋଲି ନାରା ମଧ୍ୟ ଲଗାଇଛନ୍ତି।

ଜମ୍ମୁ କାଶ୍ମୀରରେ ଓଡ଼ିଆ ଯବାନ ସହିଦ, ଆଜି ରାତିରେ ଗାଁରେ ପହଞ୍ଚିବ ପାର୍ଥିବ ଶରୀର

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ନାଁ ଅଜିତ ସାହୁ। ତାଙ୍କ ଘର ଢ଼େଙ୍କନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ବଡ଼ସୁଆଁଳ ଗାଁରେ। ଅଜିତଙ୍କ ପରିବାରକୁ ଏହି ଦୁଃଖଦ ଖବର ସେନା ପକ୍ଷରୁ ଫୋନ ଯୋଗେ ଦିଆଯାଇଛି। ସହିଦ ହେବା ଖବର ଜାଣିବା ପରେ ସମ୍ପୂର୍ଣ୍ଣ ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ହେଲମେଟ ବିନା ଓଭରବ୍ରିଜ ମନା

ଏଣିକି ବିନା ହେଲମେଟରେ ବାଇକ ଆରୋହୀ ଖଣ୍ଡଗିରି ଓଭରବ୍ରିଜରୁ ରସୁଲଗଡ଼ ଓଭରବ୍ରିଜ ପର୍ଯ୍ୟନ୍ତ ଯାତାୟାତ କରିପାରିବେ ନାହିଁ। ବାଇକ ଦୁର୍ଘଟଣାକୁ ଆଖିଆଗରେ ରଖି ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବିଏସ ପୁନିଆ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।ହେଲମେଟ୍ ନଥିଲେ ଭୁବନେଶ୍ୱର ରସୁଲଗଡ଼ରୁ ଖଣ୍ଡଗିରି ଫ୍ଲାଇଓଭରରେ ବାଇକ ଚଳାଇ ପାରିବେ ନାହିଁ।

ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ତାରିଖ, ଆଜିଠୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ଜୁଲାଇ ୫ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ସେଥିଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଉପନିର୍ବାଚନ ପାଇଁ ବରିଷ୍ଠ ଓଏଏସ୍ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟଣ୍ଣିଂ ଅଫିସର ଭାବେ ନିର୍ବାଚନ କମିସନ ନିଯୁକ୍ତି ଦେଇଛନ୍ତି।

ବିଶାଳ ସ୍କୋର ସତ୍ତ୍ୱେ କାହିଁକି ହାରିଲା ଓ୍ୱେଷ୍ଟଇଣ୍ଡିଜ?

ଆଇସିସି ବିଶ୍ଵକପର ସୋମବାର ୨୩ତମ ମ୍ୟାଚରେ ବାଂଲାଦେଶ ଦମଦାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ଓ୍ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ୩୨୧ ରନର ପିଛା କରି ବାଂଲାଦେଶ ୪୧.୩ ଓଭରରେ ୩ ଓ୍ୱିକେଟ ହରାଇ ୩୨୨ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସାକିବ ଅଲ ହାସନ ଓ ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ଓ୍ଵେଷ୍ଟଇଣ୍ଡିଜ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା। ଓ୍ଵେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନେ ସଫଳ ବ୍ୟାଟିଂ କରିଥିଲେ ମଧ୍ୟ ଦୁର୍ବଳ ବୋଲିଂ ଯୋଗୁଁ ପରାଜୟର ଶିକାର ହୋଇଥିଲେ।

Comment