ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ପୋଲିସର ଗୁଣ୍ଡାଗିରି। ହେଲମେଟ ଚେକ ଆଳରେ ନିସ୍ତୁକ ମାଡ଼ ମାରିଲା ପୋଲିସ। ପୋଲିସର ଏହି ମାଡ଼ରେ ପାଖାପାଖି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଜୟପୁର ଜାତୀୟ ରାଜପଥ ପୋଲିସ ଏସଆଇ  ଜିତେନ୍ଦ୍ର ନାୟକ ଓ  ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟାରୀ ମେମ୍ବର ଏପିରି କାଯ୍ୟ କରିଥିଲେ।

ମଙ୍ଗଳବାର ଜାତୀୟ ରାଜପଥରେ ଜଣେ ପୋଲିସ କର୍ମଚାରୀ ବିନା ହେଲମେଟରେ ଯାଉଥିଲେ। କିନ୍ତୁ ହେଲମେଟ ଚେକ୍ କରିବା ଦାୟିତ୍ୱରେ ଥିବା ପୋଲିସ ଛାଡ଼ି ଦେଇଥିଲେ। କିନ୍ତୁ କିଛି ସାଧାରଣ ଲୋକେ ଯେଉଁମାନେ ବିନା ହେଲମେଟରେ ସେ ରାସ୍ତା ଦେଇ ଯାଉଥିଲେ ପୋଲିସ ତାଙ୍କୁ ନିସ୍ତୁକ ମାଡ଼ ମାରିଛି। ପୋଲିସ ଜଣକ ବରିଷ୍ଠ ନାଗରିକଙ୍କୁ ମଧ୍ୟ ମାଡ଼ ମାରିବାରେ ପଛଘୁଞ୍ଚା ଦେଇ ନଥିଲେ।

ଜୟପୁରରେ ପୋଲିସର ଏଭଳି ଦାଦାଗିରି ବନ୍ଦ କରିବା ସହ ଉକ୍ତ ଏସଆଇଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟପୁରବାସୀ ଦାବି କରିଛନ୍ତି।

Comment