ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ୫ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ସେଥିଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଉପନିର୍ବାଚନ ପାଇଁ ବରିଷ୍ଠ ଓଏଏସ୍ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟଣ୍ଣିଂ ଅଫିସର ଭାବେ ନିର୍ବାଚନ କମିସନ ନିଯୁକ୍ତି ଦେଇଛନ୍ତି।

ବିଜ୍ଞପ୍ତି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ କରି ପାରିବେ। ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୮କୁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ନିର୍ଦ୍ଧାରଣ କରାଯାଇଛି।

ଜୁଲାଇ ୫ ତାରିଖରେ ବିଧାନସଭା ପରିସରରେ ଭୋଟ ଗ୍ରହଣ ହେବ। ସେହଦିନ ଅପରାହଣ ୫ଟା ବେଳେ ଫଳାଫଳ ଘୋଷଣା ହେବ।

ପ୍ରତାପ ଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟର ଏହି  ୩ଟି ଆସନ ଖାଲି ପଡ଼ିଛି।

ଏବେ ଏହି ଆସନ ହାତେଇବା ଲାଗି ଦୌଡ଼ରେ ପ୍ରସନ୍ନ ପାଟ୍ଟଶାଣୀ, ଅରୂପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର, ମହେଶ୍ବର ମହାନ୍ତି, ରବିନ୍ଦ୍ର ଜେନା ରହିଛନ୍ତି।

Comment