ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୈଫ ଅଲ୍ଲୀ ଖାନ ଓ କରୀନା କପୁରଙ୍କ ପ୍ରଂଶସକଙ୍କ ପାଇଁ ଖୁସି ଖବର। ୫ ବର୍ଷ ପରେ ସିଲଭର ସ୍କ୍ରିନରେ ପୁଣିଥରେ କରୀନା ସୈଫଙ୍କୁ ଦେଖିବାକୁ ମିଳିବ। ମିଡିଆ ରିର୍ପୋଟ ଅନୁସାରେ କରୀନା କପୁର ସ୍ୱାମୀ ସୈଫଙ୍କ ଅପକମିଙ୍ଗ ଫିଲ୍ମ ‘ଯବାନୀ ଜାନେମନ’ରେ ନଜର ଆସିବେ। କରୀନା ଏହି ଫିଲ୍ମରେ ଏକ ସ୍ପେଶାଲ ଆପିୟରାନ୍ସରେ ନଜର ଆସିବେ।

ଏବେ କରୀନା ଓ ସୈଫ ପୁଅ ତୈମୁର ସହ ଲଣ୍ଡନରେ ଛୁଟି ବିତାଉଛନ୍ତି। ସେ କେବଳ ଲଣ୍ଡନରେ ଛୁଟି ବିତାଉଛନ୍ତି ତା’ ନୁହେଁ ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଲଣ୍ଡନରୁ ଆରମ୍ଭ କରିବେ।

ପୂର୍ବରୁ ପରଦାରେ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି ସୈଫ ଓ କରୀନା। ୨୦୧୪ରେ ଶେଷ ଥର ଲାଗି ଫିଲ୍ମ ‘ହାପି ଏଣ୍ଡିଙ୍ଗ’ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ତା’ ପୂର୍ବରୁ ୨୦୧୨ରେ ଫିଲ୍ମ ‘ଏଜେଣ୍ଟ ବିନୋଦ’ରେ ବି କରୀନାଙ୍କୁ ଦେଖିବାକୁ ମିଳିଥିଲା।

Comment