ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ଫୁଲତା ଗ୍ରାମର ୨୦୦୭ ମସିହାରେ ମହେଶ୍ଵର ସାସମଲ ହତ୍ୟା ମାମଲାରେ ୧୯ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସଞ୍ଜୟ କୁମାର ସାହୁ ଦଣ୍ଡାଦେଶ ଦେଇଛନ୍ତି। ଏହି ମମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି।

ମହେଶ୍ଵର ସାସମଲ ଅନେକ ଅପରାଧିକ ମାମଲାରେ ଜଡିତ ଥିଲେ। ଏଥିପାଇଁ ଗାଁରେ ଏକ ଶାନ୍ତି କମିଟି ଗଠନ ହୋଇଥିଲା। କମିଟିରେ ହାଜର ହେବାକୁ ମହେଶ୍ୱରଙ୍କୁ କୁହାଯାଇଥିଲା। ହେଲେ କମିଟିର ୧୯ ଜଣ ସଦସ୍ୟ ତାଙ୍କ ଉପରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ କ୍ରମେ ପୋଲିସ ୧୯ ଜଣକୁ ଗିରଫ କରିଥିଲା ମାତ୍ର ପରେ ସର୍ତ୍ତମୂଳକ ଜାମିନରେ ତାଙ୍କୁ ଛାଡିଦିଆଯାଇଥିଲା। ଏହି ମାମଲାର ବିଚାର ଚାଲିଥିଲା। ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ୧୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Comment