ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପଞ୍ଜାବୀ ସିଙ୍ଗର ତଥା ଅଭିନେତା ଦିଲଜିତ ଓ ଅଭୀନେତ୍ରୀ କ୍ରିତି ସନନ ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଫିଲ୍ମ ଅର୍ଜୁନ ପଟିଆଲରେ ଉଭୟ ସ୍କ୍ରିନ ସେୟାର କରିବେ। ଏହା ଏକ କମେଡି ଫିଲ୍ମ ବୋଲି ଜଣାପଡ଼ିଛି। ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ପୋଷ୍ଟର ରିଲିଜ ହେବା ସହିତ ଫିଲ୍ମ ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଛି।

ଜୁଲାଇ ୨୬ ତାରିଖରେ ଫିଲ୍ମଟି ରିଲିଜ ହେବ। ଫିଲ୍ମ କ୍ରିତି ଜଣେ ସାମ୍ବାଦିକଙ୍କ ଚରତ୍ରରେ ନଜର ଆସିବେ।

ସେହିପରି ଦିଲଜିତ ଫିଲ୍ମରେ ଅର୍ଜୁନ ଭୂମିକାରେ ନଜର ଆସିବେ। ପୋଷ୍ଟର ଦେଖି ଜଣାପଡ଼ୁଛି ଯେ ଫିଲ୍ମରେ ଫୁଲ ଅନ ଡ୍ରାମା ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଜୁଗରାଜ।

ଅଭିନେତ୍ରୀ କ୍ରିତି ନିକଟରେ ରିଲିଜ ହୋଇଥିବା ଫିଲ୍ମ ଲୁକାଛୁପିରେ ନଜର ଆସିଥିଲେ। ତାଙ୍କ ଅଭିନୀତି ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା। ସେହିପରି ସିଙ୍ଗର ତଥା ଅଭିନେତା ଦିଲଜିତ ଅକ୍ଷୟ କୁମାରଙ୍କ ଫିଲ୍ମ ଗୁଡନ୍ୟୁଜରେ ନଜର ଆସିବେ।

Comment