ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ଅଜିତଙ୍କୁ ସାଲ୍ୟୁଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ନବୀନ ଟୁଇଟ କରି ଲେଖିଛନ୍ତି, ‘‘ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଓଡ଼ିଆ ଯବାନ ଅଜିତ କୁମାର ସାହୁ ସହିଦ ହୋଇଛନ୍ତି। ଏଥିପାଇଁ ମୁଁ ବହୁତ ଦୁଃଖିତ। ତାଙ୍କ ବଳିଦାନକୁ ମୁଁ ସାଲ୍ୟୁଟ କରୁଛି।’’

ଏହାସହ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।

ସୋମବାର ସନ୍ଧ୍ୟାରେ ଅନନ୍ତନାଗରେ ସେନା ଗାଡ଼ି ଯାଉଥିଲାବେଳେ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଏଥିସହ ବିସ୍ଫୋରଣ ମଧ୍ୟ କରିଥିଲେ। ତା’ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ୮ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ଭିତରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା।

ଏହି ଗୁରୁତରଙ୍କ ଭିତରେ ଥିଲେ ଅଜିତ ସାହୁ। ଅଜିତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।

୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ।

Comment