ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବିଜେପି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୨୨ ବର୍ଷ ଭିତରେ କେନ୍ଦ୍ରାପଡ଼ାର ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରି ନଥିବା ନବୀନ ଏବେ କାହିଁକି ଦର୍ଶନ କଲେ ବୋଲି ପ୍ରଶ୍ନ କରିଛନ୍ତି।

ବାସ୍ତବରେ ନବୀନଙ୍କର ଏହା ଭକ୍ତି ଭାବ ନା ପାଟକୁରା ନିର୍ବାଚନ ପାଇଁ ଗେମ୍ ପ୍ଲାନ୍ ତାକୁ ନେଇ ପ୍ରଶ୍ନ କରିଛନ୍ତି ଦାମ।

‘‘୧୯୯୭ରୁ ନବୀନ ଓଡ଼ିଶା ରାଜନୀତିକୁ ଆସିଲେଣି। ହେଲେ ଆଜି ପର୍ଯ୍ୟନ୍ତ ସେ ଶ୍ରୀବଳଦେବ ଜୀଉଙ୍କୁ ଦର୍ଶନ କରି ନଥିଲେ। ତେବେ ଏବେ ଦର୍ଶନ କରିବା ସହ ୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ପଛରେ ରାଜନୀତି ରହିଛି। ଆଗକୁ ପାଟକୁରା ନିର୍ବାଚନ ଆସୁଥିବାରୁ ନବୀନ ୨ କୋଟି ଟଙ୍କା ବଳଦେବ ଜୀଉ ମନ୍ଦିରକୁ ଦେଇଛନ୍ତି’’, କହିଛନ୍ତି ଦାମ।

ଦାମ ଆହୁରି କହିଛନ୍ତି ଯେ ‘‘ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଏବଂ ମୁଁ କେମିତି ବିଧାନସଭାକୁ ନିର୍ବାଚିତ ନହେବୁ ତାହା ନବୀନ ଚାହୁଁଛନ୍ତି।’’

ନବୀନ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଗସ୍ତ କରି ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରିଥିଲେ। ଏହାସହ ମନ୍ଦିରର ଉନ୍ନତୀକରଣ ପାଇଁ ୨ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହାକୁ ଦାମ ଟାର୍ଗେଟ କରିଛନ୍ତି।

Comment