ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ, ତୃଣମୂଳ କଂଗ୍ରେସ, ଶିବସେନା, ଏସ୍‌ପି, ବିଏସ୍‌ପି ପ୍ରମୁଖ ଦଳ ସାମିଲ ହେଲେନି।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ସଂସଦ ଭବନରେ ଏହି ବୈଠକ ବସିଥିଲା।

ହେଲେ ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ବହୁଜନ ସମାଜବାଦୀ ପାର୍ଟି ନେତା ମୟାବତୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ କଂଗ୍ରେସର କୌଣସି ନେତା ଆସି ନାହାନ୍ତିା

ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏନସିପି ମୁଖ୍ୟ ଶରଦ ପାୱାର, ସିରୋମଣୀ ଅକାଳୀ ଦଳ ନେତା ସୁଖବୀର ବାଦଲ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପିଡିପି ନେତା ମେହବୁବ ମୁଫ୍‌ତି, ୱାଇଏସ୍‌ଆର୍‌ ନେତା ଜଗନମୋହନ ରେଡ୍ଡି, ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ।

‘‘ଦେଶର ଜନତାଙ୍କୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତା’ ଉପରେ ଫୋକସ୍ କରିବା ଦରକାର। ମୁଁ ଆଶା କରୁଛି ଯେ ମୋଦି ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ କିଛି ଦଳ ସହମତ ହେବେନି’’, କହିଛନ୍ତି ଅଖିଳେଶ ଯାଦବ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ର ସରକାର ପ୍ରଥମେ ଶ୍ୱେତ ପତ୍ର ପ୍ରକାଶ କରିବାକୁ ମମତା ଦାବି କରିଛନ୍ତି। ଏନେଇ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି।

Comment