ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବସାଧାରଣଙ୍କ ପାଇଁ ଖୋଲିବ ଓଡ଼ିଶା ପୋଲିସ ସଂଗ୍ରହାଳୟ। ବିଭିନ୍ନ ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ବ୍ରିଟିସ ଅମଳର ବନ୍ଧୁକ, ଗୁଳି, ପୋଲିସ ପୋଷାକ ଏବଂ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଏହି ସଂଗ୍ରହାଳରେ ସ୍ଥାନ ଦିଆଯିବ। ବିନା ମୂଲ୍ୟରେ ଲୋକ ସଂଗ୍ରହାଳୟ ବୁଲି ପାରିବେ।

୧୯୯୬ ଏପ୍ରିଲ ୧ରେ ପୋଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ ଓଡ଼ିଶା ପୋଲିସ ସଂଗ୍ରହାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୧୯୯୭ ଅଗଷ୍ଟ ୨୧ରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନୂତନ ଗୃହ ଉଦଘାଟନ କରିଥିଲେ। କେବଳ ପୋଲିସ ଅଫିସରଙ୍କ ପାଇଁ ସଂଗ୍ରହାଳୟ ଭିତରକୁ ପ୍ରବେଶ ଅନୁମତି ଥିଲା। କିନ୍ତୁ ବର୍ତ୍ତମାନ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।

କଟକରେ ଥିବା ଏହି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିରେ ୯୦ ପ୍ରକାର ସାମଗ୍ରୀ ଦେଖିବାକୁ ମିଳିବ।

Comment