ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ojee.nic.in କ୍ଲିକ୍ କରି ଓଜେଇଇ ରେଜଲ୍ଟ ଦେଖିପାରିବେ।

ସହିଦ ଓଡ଼ିଆ ଯବାନଙ୍କ ବଳିଦାନକୁ ସାଲ୍ୟୁଟ୍ କଲେ ମୁଖ୍ୟମନ୍ତ୍ରୀ

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ଅଜିତଙ୍କୁ ସାଲ୍ୟୁଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।

ନବୀନ ଟୁଇଟ କରି ଲେଖିଛନ୍ତି, ‘‘ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଓଡ଼ିଆ ଯବାନ ଅଜିତ କୁମାର ସାହୁ ସହିଦ ହୋଇଛନ୍ତି। ଏଥିପାଇଁ ମୁଁ ବହୁତ ଦୁଃଖିତ। ତାଙ୍କ ବଳିଦାନକୁ ମୁଁ ସାଲ୍ୟୁଟ କରୁଛି।’’

ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ମୋଦିଙ୍କ ଏହି ବୈଠକରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ସଭାପତିମାନେ ଯୋଗ ଦେବେ। ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଦିଲ୍ଲୀ ଗସ୍ତ କରିଛନ୍ତି।

‘ଏକ ଦେଶ ଏକ ନିର୍ବାଚନ’ ଉପରେ ଆଜି ମୋଦିଙ୍କ ସର୍ବଦଳୀୟ ବୈଠକ

ଦୀର୍ଘଦିନରୁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ଚର୍ଚ୍ଚା ହେଉଛି। ଆଜି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସହ ଆଉ ୪ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ  ଯୋଗ ଦେବାକୁ ଜାତୀୟ, ଆଞ୍ଚଳିକ ଦଳର ସଭାପତି ସାମିଲ ହେବେ। ବୁଧବାର ଦିନ ୩’ଟାରେ ଏହି ବୈଠକ ଅନୁଷ୍ଠିତ ହେବ।

ଆଜି ଗାଁରେ ପହଞ୍ଚିବ ସହିଦ ଅଜିତଙ୍କ ପାର୍ଥିବଶରୀର

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସଡ଼ିଆ ଯବାନ ଅଜିତ ସାହୁଙ୍କୁ ପାର୍ଥିବଶରୀର ଆଜି ଓଡ଼ିଶା ଆସିବ।  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁକୁ ନିଆଯିବ। ସହିତ ଅଜିତ ଗାଁ ଢ଼େଙ୍କନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ବଡ଼ସୁଆଁଳ।

Comment