ଓଡ଼ିଶାଲାଇଭ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଜି ଜନ୍ମଦିନ। ୧୯୭୦ ମସିହା ଜୁନ ୧୯ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ରାହୁଲ। ଆଜି ସେ ତାଙ୍କ ୪୯ତମ ଜନ୍ମଦିନ ପାଳନ କରୁଛନ୍ତି।

ତାଙ୍କ ଜନ୍ମଦିବସ ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୋଦି ଏକ ଟୁଇଟ ମଧ୍ୟ କରିଛନ୍ତି। ଟୁଇଟରେ ସେ ଲେଖିଛନ୍ତି,

‘‘ରାହୁଲଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ଇଶ୍ୱର ତାଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କରନ୍ତୁ’’। ରାହୁଲଙ୍କ ଜନ୍ମଦିନ ଅବସରରେ ତାଙ୍କ ଶୁଭଚିନ୍ତକ, ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ସୋସିଆଲ ମିଡିଆରେ ମଧ୍ୟ ରାହୁଲଙ୍କ ଜନ୍ମଦିନର ଝଲକ ଦେଖିବାକୁ ମିଳୁଛି।

Comment